spot_img

ତିନୋଟି ଶୋ’ରୁମରେ କଳାକନା ବୁଲାଇଲେ ଚୋର

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଥିବା ହିରୋ ଶୋ’ରୁମ, ବଜାଜ ଶୋରୁମ ଏବଂ ଫର୍ଣ୍ଣିକମ ଫର୍ଣ୍ଣିଚର ଦୋକାନରୁ କଳାକନା ବୁଲାଇଛି ଚୋର l ଚୋର ବଜାଜ ଶୋରୁମ ଏବଂ ଫର୍ଣ୍ଣିଚର ଶୋ’ରୁମ ରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ ସୁଦ୍ଧା ସଫଳ ନହେବାରୁ ହିରୋ ଶୋ’ରୁମ ପଛପଟ ଗ୍ରିଲ ଭାଙ୍ଗି ଭିତରେରେ ପଶି ଅତି ଜରୁରୀ କାଗଜପତ୍ର, ଆଲମାରୀ ଭାଙ୍ଗି ୨ ଲକ୍ଷ ଟଙ୍କା ଏବଂ ସିସିଟିଭି ହାର୍ଡ ଡିସ୍କ ନେଇ ସେଠାରୁ ଚମ୍ପଟ ମାରିଛି l ଆଜି ସକାଳ ୯ ଟାରେ ଶୋ’ରୁମର ହାଉସ କିପିଂ ବଏ ନୀତେଶ ନାୟକ ଓରଫ କାହ୍ନା ପ୍ରତିଦିନ ଭଳି ମାଲିକ ଙ୍କ ଠାରୁ ଚାବି ଆଣି ଶଟର ଖୋଲିବାକୁ  କାଗଜ ପତ୍ର ଏଣେତେଣେ ପଡିବା ସହିତ ଆଲମାରୀ ଭାଙ୍ଗିଥିବାର l ଏସବୁ ଦେଖିବା ପରେ ମାଲିକଙ୍କୁ ଜଣାଇଥିଲେ ଓ ମାଲିକ ପହଁଞ୍ଚି ଦେଖନ୍ତି  ତାଙ୍କ ଆଖପାଖ ଅନ୍ୟ ୨ ଟି ଶୋ’ରୁମ ମଧ୍ୟ ଭଙ୍ଗାଭାଙ୍ଗି ହୋଇଥିଲା l ଏ ନେଇ ହିରୋ ଶୋ’ରୁମ ମାଲିକ କିଶୋର ପାତ୍ର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଁଞ୍ଚି ଘଟଣା ସ୍ଥଳରେ ଛାନବିନ ଆରମ୍ଭ କରିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular