ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ | ଏହାକୁ ନିୟନ୍ତ୍ରଣ କରିବା ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମନ୍ନା | ଗତକାଲି ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି | ପ୍ରଧାନ ବିଚାରପତି କହିଛନ୍ତି ଯେ ପ୍ରଦୂଷଣ ବଢିବା ପାଇଁ କେବଳ କୃଷକ ଦାୟୀ ନୁହଁନ୍ତି | ପ୍ରଦୂଷଣକୁ ରୋକିବା ପାଇଁ ବର୍ତ୍ତମାନ କି ଉପାୟ ନିଆଯିବ ସେସବୁ ପାଇଁ ଚିନ୍ତା ଓ ଯୋଜନା କରାଯିବ ଦରକାର | ସେଥିପାଇଁ ଦିଲ୍ଲୀରେ ଦୁଇ ଦିନ ପାଇଁ ଲକଡାଉନ ଜାରି କରାଯାଉ | ଫଳରେ କିଛି ମାତ୍ରାରେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇ ପାରିବ | ତେବେ ଏନେଇ ଆସନ୍ତା ସୋମବାରରେ ପୁନର୍ବିଚାର କରାଯିବ |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0