ଉମରକୋଟ: ବିନା ଭୟ ରେ ଚୋରି କରିଲେ କିନ୍ତୁ ପରେ ଭୟରେ ଫେରାଇଲେ। ଏମିତି କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଘଟଣା ଅନୁସାରେ ଉମରକୋଟ ସ୍ଥିତ ସରକାରୀ କୃଷି ଫାର୍ମ ରେ ଦେଢ କିଲୋମିଟର ପର୍ୟ୍ୟନ୍ତ ପାଚେରୀ ନିର୍ମାଣ ପାଇଁ ସିମେଣ୍ଟ ଖୁଣ୍ଟ ଓ ସିମେଣ୍ଟ ପ୍ଲେଟ ରଖାଯାଇଥିଲା । କିନ୍ତୁ ଏହାକୁ ନିକଟସ୍ଥ ବଙ୍ଗୀୟ ଗ୍ରାମ ୟୁ.ଭି ୫୨ ର କିଛି ଲୋକ ଚରି କରି ନେଇଯାଇଥିଲେ l ସେଗୁଡିକୁ ଘରର ବିଭିନ୍ନ କାର୍ୟ୍ୟରେ ଲଗାଇ ଆସୁଥିଲେ। ଘଟଣା ପ୍ରକାଶ ପାଇବା ପରେ ଫାର୍ମ ଅଧିକାରୀ ସେଗୁଡିକ ଫେରାଇବା ପାଇଁ କହିଥିଲେ। ପରେ ଚୋରି କରିଥିବା ଚୋର ମନେ ସେ ସବୁ କୁ ଫାର୍ମ କାର୍ୟ୍ୟାଳୟ ରେ ଆଣି ରଖିଦେଲେ । କିନ୍ତୁ ଫାର୍ମ ଅଧିକାରୀ ଏପର୍ୟ୍ୟନ୍ତ ଥାନା ରେ କୋୖଣସି ଲିଖିତ ଅଭିଯୋଗ କରି ନାହାନ୍ତି । ସେ କହିଛନ୍ତି ଯେ ସେମାନେ ଯଦି ସେ ସବୁ କୁ ଫେରାଇ ଦିଅନ୍ତି ତାହା ହେଲେ କେସ ଦିଆଜିବନି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0