spot_img

୪୨ ବର୍ଷରେ ବଲିଉଡ଼ର ବୋଲଡ ଗାର୍ଲ ରାକ୍ଷୀ ସାୱନ୍ତ

ମୁମ୍ବାଇ: ୪୨ ବର୍ଷରେ ପାଦ ଦେଲେ ବଲିଉଡ଼ର ଡ୍ରାମା କି୍ୱଇନ ରାକ୍ଷୀ ସାୱନ୍ତ । ୧୯୭୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ରାକ୍ଷି । ରାକ୍ଷୀଙ୍କର ପକୃତନାଁ ନିରୁ ଭେଦ । ତାଙ୍କ ପିତାଙ୍କ ନାଁ ଆନନ୍ଦ ସାୱାନ୍ତ ଓ ତାଙ୍କ ମାଙ୍କ ନାଁ ଜୟା ଭେଦା । ସେ ଅନେକ ଚଳଚିତ୍ରରେ କାମ କରିଛନ୍ତି ଯେପରି ‘ଜୋରୁକା ଗୁଲାମ’ ଜିସ ଦେଶ ମେ ଗଙ୍ଗା ରହତା ହେ’ ରେ କାମକରିଛନ୍ତି । ତେବେ ୨୦୦୫ରେ ‘ପରଦେସିୟା’ ଗୀତା ଜରିଆରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡ଼ରେ ସବୁ ବେଳେ ବିବାଦରେ ରହୁଥିବା ରାକ୍ଷୀ ଆଜି ନିଜର ୪୨ତମ ଜନ୍ମଦିନ ପାଳନ କରିଛନ୍ତି ।

ରାକ୍ଷୀଙ୍କ ପରିବର ବହୁତୁ ଗରିବ ଥିବାରୁ ତାଙ୍କ ମା’ ଏକ ହସ୍ପିଟାଲରେ ଆୟା ଥିଲେ ଓ ତାଙ୍କ ବାପା ମୁମ୍ବାଇ ପୋଲିସରେ ଜଣେ କନେଷ୍ଟବଳ ଭାବେ କାମ କରୁଥିଲେ । ତେବେ ରାକ୍ଷୀଙ୍କୁ ଅନେକ ମୁସକିଲର ସାମ୍ନାକରିବାକୁ ପଡ଼ିଛି । ଏକ ଇଣ୍ଟରଭୁ୍ୟ ମାଧ୍ୟମରେ ରାକ୍ଷୀ ଖୁଲାସା କରିଛନ୍ତି ଯେ ଏମିତି ଟାଇମ ଥିଲା ତାଙ୍କ ଘରେ ଖାଇବା ପାଇଁ ନଥିଲା ।

ପାଖ ପୋଡ଼ଷୀଙ୍କ ଘରେ ଯେଉଁ ଖାଇବା ବଳିପଡ଼ୁଥିଲା ତାହା ସେ ଖାଇ ବଞ୍ଚୁଥିଲେ । ଏମିତି ଅନେକ କଥା ରାକ୍ଷୀ ସେୟାର କରିଛନ୍ତି । ତେବେ ରାକ୍ଷୀ ଫିଲ୍କ ଇଣ୍ଡଷ୍ଟ୍ରିରେ କାମ କରିବା କଥା ତାଙ୍କ ମାତା ପିତା ଚାହୁଁ ନଥିଲେ । ତେଣୁ ତାଙ୍କର ବିବାହ କରିବାକୁ ଚାହୁଁଥିଲେ ।କିନ୍ତୁ ରାକ୍ଷୀ ନଜର ସ୍ୱପ୍ନ ପୂରଣ କରିବା ପାଇଁ ଘର ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ ।

କିନ୍ତୁ ତାଙ୍କ କାମ ମିଳିନଥିଲା ଯେଉଁଥଇପାଇଁ ସେ ବାରରେ ଡ଼ାନ୍ସ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସେ ସର୍ଜରୀ କରିଥିଲେ । ପରେ ପରେ ତାଙ୍କୁ କାମ ମିଳିବା ଆରମ୍ଭ ହୋଇଥିଲା । ସେ ଚଳଚିତ୍ର ସହ ରିୟାଲିଟ ସୋ ଯାହାର ନାଁ ‘ରାକ୍ଷୀ କା ସ୍ୱୟଂବର’ ନାମକ ଶୋ କରିଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular