spot_img

ଆଜି ଦିଲ୍ଲୀ କ୍ୟାପିଟାଲ୍ସ-କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ମହାଲଢେଇ

ଦୁବାଇ: ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଆଇପିଏଲ ମ୍ୟାଚ । ଆଇପିଏଲର ଦ୍ୱିତୀୟ ଦିବସରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ କିଙ୍ଗସ ଏକାଦଶ ପଞ୍ଜାବ । ସୂଚନା ଅନୁସାରେ, ଯୁବ ଖେଳାଳି ଶ୍ରେୟାସ ଆୟାର ଦିଲ୍ଲୀ କ୍ୟାପିଟାଲର ନେତୃତ୍ୱ ନେଉଛନ୍ତି । ପୂର୍ବ ବର୍ଷ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ବେଶ ଭଲ ପ୍ରଦର୍ଶନ କରିଥିବାରୁ ଚଳିତ ବର୍ଷ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଦିଲ୍ଲୀ ସମର୍ଥକ ଆଶା ରଖିଛନ୍ତି । ଏହି ଦଳର ଓପନର ବ୍ୟାଟସମ୍ୟାନ ଭାବରେ ଶିଖର ଧୱନ ଓ ପୃଥ୍ୱୀ ସିଂ ରହିଛନ୍ତି । ଉଭୟ ବ୍ୟାଟସମ୍ୟାନ ତାଙ୍କ ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ନେଇ ବେଶ ପରିଚିତ । ସେହିପରି ଦଳରେ ଅନୁଭବୀ ବଲର ଅମିତ ମିଶ୍ରା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ରହୁଥିବାରୁ ଟିମ ଭଲ ପ୍ରଦର୍ଶନ କରିବ ବୋଲି ସମର୍ଥକ ଆଶା ରଖିଛନ୍ତି । ଅନ୍ୟପଟେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ଅଧିନାୟକ ଭାବେ କେଏଲ ରାହୁଲ ରହିଛନ୍ତି । ଟିମ ଇଣ୍ଡିଆର ସଫଳତମ ବ୍ୟାଟସମ୍ୟାନ ଭାବେ କେଏଲ ରାହୁଲ ବେଶ ପରିଚିତ । ପଞ୍ଜାବ ଦଳର ଓପନର ଭାବରେ ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଏବଂ ମୟଙ୍କ ଅଗ୍ରୱାଲ ରହିଥିବା ବେଳେ ଦଳର ତାରକା ଖେଳାଳି ମ୍ୟାକସୱେଲ ଅଛନ୍ତି ।
ଅନ୍ୟପଟେ ଆଇପିଏଲର ଉଦଘାଟନୀ ମ୍ୟାଚ ଚେନ୍ନାଇ ବନାମ ମୁମ୍ବାଇ ସହ ଖେଳାଯାଇଥିଲା । ଏହି ମ୍ୟାଚରୁ ଚେନ୍ନାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା । ଇତି ମଧ୍ୟରେ ଅଧିନାୟକ ଭାବରେ ମହେନ୍ଦ୍ର ସିଂ ଧୋନି ୧୦୦ତମ ଆଇପିଏଲ ମ୍ୟାଚ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular