ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୪୮୨ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ ।
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୧ ଜଣ, ବରଗଡ ୯ଜଣ, ଭଦ୍ରକ ୮ ଜଣ, ବଲାଙ୍ଗୀର ୫ ଜଣ, କଟକ ୩୧ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୧୮୯ ଜଣ, ଜଗତସିଂହପୁର୪ ଜଣ, ଯାଜପୁର ୬ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୨ ଜଣ, କନ୍ଧମାଳ ୭ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୬ ଜଣ, ଖୋର୍ଦ୍ଧା ୬୨ ଜଣ, କୋରାପୁଟ ୩ ଜଣ, ମାଲକାନଗିରି ୭ ଜଣ, ମୟୁରଭଞ୍ଜ ୩ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୨ ଜଣ, ପୁରୀ ୧୩ଜଣ, ରାୟଗଡା ୨୩ଜଣ, ସମ୍ବଲପୁର ୧୪ ଜଣ, ସୁବର୍ଣ୍ଣପୁର ୨ ଜଣ, ସୁନ୍ଦରଗଡ ୩୫ଜଣଙ୍କର ମୃତ୍ୟୁ ହୋଇଛି ।
୨୭ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ୩ ଜିଲ୍ଳା । ସେଗୁଡ଼ିକ ହେଉଛି ବୌଦ୍ଧ, ଦେବଗଡ଼, ନୂଆପଡ଼ା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0