ଭୁବନେଶ୍ୱର: ନନ୍ଦନକାନନ ପ୍ରାଣି ଉଦ୍ୟାନରେ ଟଏ ଟ୍ରେନ ବା ଶିଶୁ ରେଳ ଗାଡ଼ିରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିବା ସହ କାଞ୍ଜିଆ ହ୍ରଦର ମଜା ନେଇପାରିବେ ପର୍ଯ୍ୟଟକ । ଆସନ୍ତା ଏପ୍ରିଲ ମାସରୁ ଚାଲିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ଧାର୍ୟ୍ୟରେ ବଗି ଓ ଟ୍ରାକ କାମ ସମ୍ପୂର୍ଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟଏ ଟ୍ରେନ ଇଞ୍ଜିନ ସହିତ ୪ ଟି ବଗି ରହିବ । ଥରକେ ୭୨ ଜଣ ପର୍ୟ୍ୟଟକ ବୁଲିବାର ମଜା ନେଇପାରିବେ । ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ପଯ୍ୟଟକ ଟ୍ରେନରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିପାରିବେ । ୧୯୮୫ ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା । ୨୦୧୩ ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା । କୌଣସି ଠିକା ସଂସ୍ଥା ବି ପୁନର୍ବାର ନେବାକୁ ଅରାଜି ହୋଇଥିଲେ । ସେବେଠୁ ୯ ବର୍ଷ ହେବ ବନ୍ଦ ପଡିଥିଲା ଟଏ ଟ୍ରେନ ବା ଶିଶୁ ରେଳଗାଡି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0