ଚାନ୍ଦବାଲି: ମୃତ୍ୟୁ ଏମିତି ବି ଆସେ। ପରିବାର ଲୋକଙ୍କ ମଧ୍ୟରେ ଶୋଇଥିବା ବେଳେ ଚାନ୍ଦବାଲି ଏନଏସି ଅନ୍ତର୍ଗତ କୁଆଁରସର ଗାଁର ପ୍ରଭାକର ପଣ୍ଡାଙ୍କ ଝିଅ ଲୋପିତା ପଣ୍ଡାଙ୍କୁ ଗତକାଲି ରାତିରେ ଏକ ବିରାଟ ନାଗ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘର ଚଟାଣରେ ବାପାଙ୍କ ନିକଟରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ଏକ ପାଞ୍ଚ ଫୁଟ ଲମ୍ବା ନାଗ କାମୁଡ଼ି ଦେଇଥିଲା। ସାଙ୍ଗେସାଙ୍ଗେ ତାଙ୍କୁ ପରିବାର ଲୋକେ ଚାନ୍ଦବାଲି ମେଡିକାଲ ଓ ପରେ ଭଦ୍ରକ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଲୋପିତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ପଟେ ଘର ଭିତରେ ବିରାଟକାୟ ସାପକୁ ଧରିବା ପାଇଁ ସାପଧରାଳୀ ଡାକି ନାଗକୁ ଘର ମଧ୍ୟରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0