ଶନିବାର ଦିନ ଭାରତ ସରକାର ‘ଅନ୍ଲକ୍ ୪.୦’ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ।
ସ୍କୁଲ୍ କଲେଜ୍ ସେପ୍ଟେମ୍ବର ୩୦ଯାଏଁ ବନ୍ଦ ରହିଲେ ବି ଶିକ୍ଷକମାନଙ୍କ ଠାରୁ ଗାଇଡାନ୍ସ୍ ପାଇବାକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଅଞ୍ଚଳ ବାହାରେ ଥିବା ସ୍କୁଲ୍ମାନଙ୍କୁ ୯ମ ରୁ ୧୨ଶ ପର୍ୟ୍ୟନ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ୍କୁ ଯିବାକୁ ଅନୁମତି ପାଇବେ। କିନ୍ତୁ, ଏହା ସେମାନଙ୍କର ଇଚ୍ଛାଧୀନ। ଏଥିପାଇଁ ସେମାନଙ୍କର ପିତାମାତା ବା ଅଭିଭାବକ ଲିଖିତ ସମ୍ମତି ପ୍ରଦାନ କରିବେ।କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର, ରେଳ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏହି ଗାଇଡ୍ଲାଇନ୍ ଅନୁସାରେ, ସେପ୍ଟେମ୍ବର ୭ରୁ ପର୍ୟ୍ୟାୟକ୍ରମେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ।
ସେପ୍ଟେମ୍ବର ୨୧ ତାରିଖ ପର ଠାରୁ ୧୦୦ ଜଣ ବ୍ୟକ୍ତିଙ୍କ ଯୋଗଦାନ ମଧ୍ୟରେ ସାମାଜିକ, ଶିକ୍ଷାଭିତ୍ତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ ଏବଂ ଅନ୍ୟ ସମାବେଶ ପାଇଁ ଅନୁମତି ମିଳିବ।
ବ୍ୟକ୍ତିବିଶେଷ ଓ ମାଲପତ୍ରର ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ପରିବହନ ଉପରେ କଟକଣା ରହିବ ନାହିଁ। ଏଥିପାଇଁ ପୃଥକ୍ ଅନୁମତି/ଅନୁମୋଦନ/ଇ-ପର୍ମିଟ୍ ଆବଶ୍ୟକ ହେବନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକ



Visitors Today : 3
Total Visitors : 130429
Total Views : 9891960
Visitors Online Now : 0