କରୋନା ର ସାଂଘାତିକ ସ୍ତିତି କୁ ଦୃଷ୍ଟିରେ ରଖି ସରକାର ୪୫ ବର୍ଷ ରୁ ଉର୍ଦ୍ଧ ସମସ୍ତ ଜନସାଧାରଣ ଙ୍କୁ ଟିକାକରଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପର୍ଯ୍ୟାପ୍ତ ପରିମାଣର ଟିକା ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଯୋଗାଇ ଦେଉଥିବା କଥା ମଧ୍ୟ ଗଣମାଧ୍ୟମରେ ସୂଚନା ଦିଆଯାଉଛି । କିନ୍ତୁ ଅନ୍ୟପଟେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏନେଇ ସରକାରୀ ସ୍ତରରେ ଦେଖାଦେଇଛି ବ୍ୟତିକ୍ରମ । ରାଜକନିକାର ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଟିକା ପାଇଁ ଗଲେ ମଧ୍ୟ ସେଠାରେ ଟିକାର ନାସ୍ତିକ ବାଣୀ ଶୁଣିବାକୁ ମିଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଅନେକ ପରିଣତ ବୟଷ ର ବୃଦ୍ଧ ବୃଦ୍ଧା କରୋନା ଟିକା ନେବାପାଇଁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0