spot_img

ଆରମ୍ଭ ହେବ ଶୁକ୍ର ଅଭିଯାନ

ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ ବା ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ମହାକାଶ ଗବେଷଣାକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅନେକ ବ୍ୟକ୍ତି ୨୦୨୧ରେ ଇସ୍ରୋ କମ୍ କାମ କରିଥିବା ଭାବୁଛନ୍ତି । ସେପରି ବେଶୀ କିଛି ଲଞ୍ଚ୍ ହୋଇ ନାହିଁ । କିନ୍ତୁ ଇସ୍ରୋ ଗତବର୍ଷ ପ୍ରଯୁକ୍ତିବିଦ୍ୟାରେ ଅନେକ କିଛି ହାସଲ କରିଛି । ଆଗାମୀ ଦଶନ୍ଧୀ ଯାଏଁ  ଯୋଜନା ପ୍ରସ୍ତୁତ ହୋଇଛି ।ଏହାସହ ସେ ଗଗନୟାନ ମିଶନ ବାବଦରେ ମଧ୍ୟ କହିଛନ୍ତି ।

କେ ଶିବନ କହିଛନ୍ତି ଯେ, ଭାରତ ଗଗନଯାନ ପରିଯୋଜନାର ମଡେଲ୍ ପ୍ରସ୍ତୁତ କରି ସାରିଛି । ମାନବ ଷ୍ଟାଣ୍ଡ ଏଲଏଲ, କ୍ରାୟୋଜେନିକ୍ ଷ୍ଟେଜ୍, କ୍ରୁ ଏସକେପ୍ ସିଷ୍ଟମ ମୋଟର୍ସ ଓ ସର୍ଭିସ ମଡ୍ୟୁଲ ପ୍ରୋପେଲ୍ସନ ସିଷ୍ଟମ୍ ଦିଗରେ ସେମାନେ ଆଗକୁ ବଡିଛନ୍ତି । ଗଗନଯାନ ଭାରତର ପ୍ରଥମ ମାନବ ମିଶନ । ଏନେଇ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । କାର୍ଯ୍ୟକ୍ରମକୁ ପୁରା କରିବାକୁ ପ୍ରୟାସ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular