ଜାନୁୟାରୀ ପହିଲାରୁ, ଏଟିଏମରୁ ଟଙ୍କା ଉଠାଇବା ସହିତ ଅନେକ ଚାର୍ଜ ବୃଦ୍ଧି ହୋଇଛି । ଏହା ସହ ବର୍ତ୍ତମାନ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୨୦୨୨ ଫେବୃଆରୀରେ ଆଉ ଏକ ଚାର୍ଜ ବୃଦ୍ଧି କରିବାକୁ ଯାଉଛି ।
ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏସବିଆଇ ୱେବସାଇଟ୍ ଅନୁଯାୟୀ, ଫେବୃଆରୀ ୧, ୨୦୨୨ରୁ IMPS କାରବାର ପାଇଁ ଏକ ନୂତନ ସ୍ଲାବ୍ ଯୋଡିହେବ । ଏହା ୨ଲକ୍ଷରୁ ୫ ଲକ୍ଷ ଟଙ୍କା ଅଛି ।
ଜାଣନ୍ତୁ କେତେ ଲାଗିବ ଚାର୍ଜ:
ଏସବିଆଇ ୱେବସାଇଟ୍ ଅନୁଯାୟୀ, ଆଇଏମପିଏସ୍ ମାଧ୍ୟମରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଟଙ୍କା ପଠାଇବା ପାଇଁ ଦେୟ ୨୦+ ପ୍ଲସ୍ ଜିଏସ୍ଟି ରହିବ । ସୂଚନାଥାଉକି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିମାଣର ସୀମାକୁ ବୃଦ୍ଧି କରିଛି । ଯାହା ଅକ୍ଟୋବର ୨୦୨୧ରେ ଆଇଏମପିଏସ୍ ମାଧ୍ୟମରେ ୨ଲକ୍ଷରୁ ୫ ଲକ୍ଷ ଟଙ୍କାକୁ କାରବାର ଥିଲା ।
ଜାଣନ୍ତୁ IMPS କ’ଣ ?
IMPS କୁ ଇମିଡିଏଟ୍ ମୋବାଇଲ୍ ପେମେଣ୍ଟ ସେବା କୁହାଯାଏ । IMPS ହେଉଛି ଏକ ଲୋକପ୍ରିୟ ପେମେଣ୍ଟ ସେବା ଯାହା ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଇଥାଏ । ଯାହା ରିଅଲ-ଟାଇମ ଆନ୍ତଃ ବ୍ୟାଙ୍କ ପାଣ୍ଠି ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥାଏ । ଏମିତିକି ରବିବାର ଓ ଛୁଟିଦିନ ସହିତ ୨୪ ଘଣ୍ଟିଆ ସେବା ଉପଲବ୍ଧ ଦେଇଥାଏ ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0