ଭୁବନେଶ୍ୱର : ଗଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଏନେଇ ପୁରା ତାଲିକା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୯ଟି ସ୍ଥାନରେ ଜିଲ୍ଲାପାଳ ଏବଂ ୩ଟି ସ୍ଥାନରେ ଆର୍ଡିସି ।
ଭୁବନେଶ୍ୱରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ସମ୍ମାନିତ ଅତିଥି ହେବେ ମୁଖ୍ୟମନ୍ତ୍ରୀ । ସେହିପରି କଟକରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୁଳରୁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, କଳାହାଣ୍ଡିରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରୁ ମନ୍ତ୍ରୀ ପଦ୍ନନାଭ ବେହେରା, ବାଲେଶ୍ୱରୁ ମନ୍ତ୍ରୀ ପ୍ରତାପ ଜେନା, ରାୟଗଡ଼ାରୁ ମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳରୁ ମନ୍ତ୍ରୀ ସୁଦାମ ମାରାଣ୍ଡି , ମୟୁରଭଞ୍ଜରୁ ମନ୍ତ୍ରୀ ସୁଶାନ୍ତ ସିଂହ, ବରଗଡ଼ରୁ ମନ୍ତ୍ରୀ ନବ ଦାସ, ସମ୍ବଲପୁରରୁ ମନ୍ତ୍ରୀ ଟୁକୁନି ସାହୁ, ନୟାଗଡରୁ ମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦୁଝରରୁ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଯାଜପୁର ଜିଲ୍ଲାରୁ ମନ୍ତ୍ରୀ ଅଶୋକ ପଣ୍ଡା, ବଲାଙ୍ଗୀରରୁ ମନ୍ତ୍ରୀ ସମୀର ଦାସ, ସୁନ୍ଦରଗଡରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୋରାପୁଟରୁ ମନ୍ତ୍ରୀ ପ୍ରେମାନନ୍ଦ ନାୟକ , ନବରଙ୍ଗପୁର ଜିଲ୍ଲାରୁ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଜପତି ଜିଲ୍ଲାରୁ ପଦ୍ମିନୀ ଦିଆନ, ମାଲକାନଗିରିରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ରହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0