ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ଆଜକୁ ୧୧ଦିନ ହେଲା ଆନ୍ଦୋଳନ ଜାରି ରହିଛି। ତେବେ ଏ ମଧ୍ୟରେ ଅଲିମ୍ପିକ ବିଜେତା ବକ୍ସର ବିଜେନ୍ଦ୍ର ସିଂ ନେଇଥିବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ସରକାର କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି, ତେବେ ସେ ନିଜର ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଲ ରତ୍ନ ପୁରସ୍କାର ଫେରାଇଦେବେ ବୋଲି କହିଛନ୍ତି। ସିଙ୍ଘୁ ସୀମାରେ କୃଷକଙ୍କ ଆନ୍ଦୋଳନରେ ବକ୍ସର ବିଜେନ୍ଦ୍ର ସିଂ ଯୋଗ ଦେଇଥିଲେ। ସେଠାରେ କୃଷକମାନଙ୍କୁ ସମ୍ବୋଧିତ କରି ବିଜେନ୍ଦ୍ର ସିଂ କହିଛନ୍ତି ଯେ, ଯଦି ସରକାର କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି, ତେବେ ମୁଁ ମୋର ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ଫେରାଇ ଦେବି। ବିଜେନ୍ଦ୍ରଙ୍କ ପୂର୍ବରୁ ବଲିଉଡ କଣ୍ଠଶିଳ୍ପୀ ଏବଂ ଅଭିନେତା ଦିଲଜିତ ଦୋସାଞ୍ଜ କୃଷକମାନଙ୍କୁ ସମର୍ଥନ କରିଥିଲେ। କେନ୍ଦ୍ର ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର ନେଇ କହିବା ସହ ଆନ୍ଦୋଳନରେ ବସିଥିବା କୃଷକଙ୍କୁ ଶୀତ ପୋଷାକ ଯୋଗାଇଦେବା ପାଇଁ ୧କୋଟି ଟଙ୍କା ଦାନ କରିଥିଲେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0