spot_img

ଆଜିଠୁ କମିବ ଶୀତ

ଭୁବନେଶ୍ୱର:  ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା । ତେବେ ଗୁରୁବାରଠୁ ଥଣ୍ଡା କ୍ରମଶଃ କମିବ । ଗୁରୁବାର ରାତିରେ ଧୀରେ ଧୀରେ ପାରଦ ଉପରକୁ ଉଠିବ । ୨ ଦିନରେ ଭିତରେ ପ୍ରାୟ ସବୁଠି ୩ରୁ ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ । କିନ୍ତୁ ପୁଣି ୮ ତାରିଖବେଳକୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

ଗତ ରବିବାର ରାତିରୁ ଶୀତ ପ୍ରକୋପ ଅସ୍ୱାଭାବିକ ବଢ଼ିଯାଇଛି । ଗୁରୁବାର ସକାଳ ପର୍ଯ୍ୟନ୍ତ ଥଣ୍ଡା ଅଧିକ ରହିବ । ମାତ୍ର ରାତିରୁ ଧିରେଧିରେ ଥଣ୍ଡା କମିବ । ୬ ତାରିଖ ବେଳକୁ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କାଁ ଭାଁ ବର୍ଷା ହୋଇପାରେ । ବର୍ଷା ନେଇ ୫୦% ସମ୍ଭାବନା ଅଛି । ପରେ ୮ରୁ ପୁଣି ପାଗ ବଦଳିବ । ଶୀତ ପ୍ରକୋପ ବଢ଼ିବ । ଏବେ ଯେତିକି ତାପମାତ୍ରା ବଢ଼ିବ, ସେତେବେଳକୁ ପ୍ରାୟ ସେତିକି ଖସିପାରେ ବୋଲି ପାଣିପାଗ ବିଭାଗ କହିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular