ଭୁବନେଶ୍ବର: ବି.ଟେକ୍ ସମେତ ବି.ଫାର୍ମା, ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ୍ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ଆଦି ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଶେଷ ହୋଇଛି। ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ୟ୍ୟନ୍ତ ୩ଟି ସିଟିଂରେ ଅନୁଷ୍ଠିତ ଏହି ପରୀକ୍ଷାରେ ୪୮ ହଜାର ୫୮୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ୨୦୧୯ ତୁଳନାରେ ଏଥର ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି। ତେବେ ଯେତିକି ସଂଖ୍ୟାରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ସେହି ଅନୁଯାୟୀ ଅଂଶଗ୍ରହଣ କରି ନ ଥିବା ଜଣାପଡ଼ିଛି। ପରୀକ୍ଷା ଲାଗି ୭୯ ହଜାର ୭୮୮ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୬୧% ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଛନ୍ତି। ଅର୍ଥାତ୍ ୩୯% ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିନାହାନ୍ତି। ବି.ଟେକ୍ ପାଠ୍ୟକ୍ରମରେ ସବୁଠାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଓଜେଇଇ ଦେବା ଲାଗି ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ ମାତ୍ର ୬୪୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଅର୍ଥାତ୍ ଅଧାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନାହାନ୍ତି। ଅନ୍ୟ ପାଠ୍ୟକ୍ରମରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ବି.ଫାର୍ମାରେ ବି ବହୁ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0