ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ନାହାନ୍ତି । ଯାହାଫଳରେ ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟରେ ପ୍ରତିବନ୍ଧକ ଘଟୁଛି । ଯାହା ଦ୍ୱାରା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଉପରେ କ୍ଷୁର୍ଣ୍ଣ ଆସୁଛି । ସୂଚନା ଅନୁସାରେ, ଚଳିତ ବର୍ଷ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ଶ୍ରୀ ସହଦେବ ସମଧିଆଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ୯ ମାସ ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରୀ ସମାଧିଆ ବିଶ୍ବବିଦ୍ୟାଳୟରେ କାର୍ୟ୍ୟରେ ଯୋଗ ଦେଇନାହାନ୍ତି। ଅନ୍ୟପଟେ ଶ୍ରୀ ସମାଧିଆଙ୍କୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ କାର୍ୟ୍ୟରତ ଥିବାରୁ ନୋସ୍ନାଲ ପ୍ରମୋସନ୍ ଦିଆଯାଇଛି। ଶ୍ରୀ ସମାଧିଆଙ୍କ ସହିତ ବଦଳି ହୋଇଥିବା ଅନ୍ୟ ବିଶ୍ବବିଦ୍ୟାଳୟର କୁଳସଚିବମାନେ କାର୍ୟ୍ୟରେ ଯୋଗଦେଇସାରିଲେଣି। ମାତ୍ର କେଉଁ କାରଣ ପାଇଁ ଯୋଗଦେଉନାହାନ୍ତି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0