ଜାମ୍ମୁକାଶ୍ମୀର: ଜାମ୍ମୁକାଶ୍ମୀର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲଂଘନ ମାମଲା । ଏନେଇ ନୂଆଦିଲ୍ଲୀରେ ଥିବା ପାକିସ୍ଥାନ ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତର ବୈଦେଶିକ ମନ୍ତ୍ରାଳୟ । ଅସ୍ତ୍ରବିରତି ଉଲ୍ଲଘନ ହେବା ଯୋଗୁଁ ଉଭୟ ଦେଶର ଜୀବନହାନି ଘଟିଛି । ସୀମାଞ୍ଚଳରେ ଥିବା ନୀରିହ ଜନତାଙ୍କୁ ଉପରେ ପାକିସ୍ଥାନର ଗୁଳିମାଡକୁ କଡା ନିନ୍ଦା କରିଛି ଭାରତ । ନଭେମ୍ବର ୧୩ ତାରିଖରେ ପାକିସ୍ଥାନ ପଟୁ ଜାମ୍ମୁକାଶ୍ମୀରର ୪ଟି ସ୍ଥାନରେ ଅସ୍ତ୍ରବିରତି ଉଲଂଘନ କରାଯାଇଥିଲା । ଏହାର କଡା ଜବାବ ଦେଇଥିଲା ଭାରତୀୟ ସେନା । ଦୀପାବଳି ପୂର୍ବରୁ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ଥାନ ପାଇଁ ପଡିଲା ମହଙ୍ଗା । ସୀମାରେ ପାକ ପୋଷ୍ଟକୁ ଧ୍ୱଂସ କରି ଏହାର କଡା ଜବାବ ଦେଇଥିଲା ଭାରତ । ଏହି ଘଟଣା ପରେ କ୍ଷୟକ୍ଷତିକୁ ଲୁଚାଇବାକୁ ଉଦ୍ୟମ କରୁଛି ପାକିସ୍ଥାନ । ଅନ୍ୟପଟେ ଏପରି କରିବା ଦ୍ୱାରା ବିରୋଧୀ ଦଳଙ୍କ ଆକ୍ରୋଶର ଶିକାର ହେଉଛି ଇମ୍ରାନ ସରକାର ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0