ନୂଆଦିଲ୍ଲୀ: ଆଜିଠାରୁ ଭାରତରେ କରୋନା ଟିକା ମକଡ୍ରିଲ । ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ଦୋରେ କରୋନା ଟିକାକରଣ ଆରମ୍ଭ ହୋଇସାରିଲାଣି । ତେବେ ଭ୍ୟାକ୍ସିନ ଆସିବା ପୂର୍ବରୁ ଭାରତ ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ପ୍ରସ୍ତୁତିରେ ଲାଗି ପଡିଛି । ତେବେ ଆଜିଠାରୁ ଭାରତରେ ଟିକାର ୪୮ ଘଣ୍ଟା ମକ ଡ୍ରିଲ ଆରମ୍ଭ ହେଉଛି । ପ୍ରଥମେ କେନ୍ଦ୍ର ସରକାର ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ କମଡି୍ରଲ କରାଇବେ । ଟିକାର ପ୍ରୋଗ୍ରମ ଲଞ୍ଚ ହେବାର ସମସ୍ତ ପ୍ରକି୍ରୟା ପରଖାଯିବ । ଏହି ପ୍ରକି୍ରୟାରେ ଟିକା ଯୋଗାଇବା , ପରୀକ୍ଷା ରସିଦ ଏବଂ ଆବଶ୍ୟକ ତଥ୍ୟ ପ୍ରଦାନ କରିବା, ଟିକା ପ୍ରକି୍ରୟାରେ ଗଡିତ ଦଳର ସଦସ୍ୟଙ୍କୁ ନିୟୋଜିତ କରିବା, ଦୂରତା ବଣ୍ଟନ ପ୍ରଣାଳୀ ପରୀକ୍ଷା କରିବା , ଶୀତଳ ଭଣ୍ଡାର ପରୀକ୍ଷା କରିବା ଅନ୍ତର୍ଭକ୍ତ ହେବ । ଜିଲ୍ଲା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଘରୋଇ ଡାକ୍ତରଖାନାରେ ଏହି ମକଡ୍ରିଲ କରାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0