ଭୁବନେଶ୍ୱର: ରାଜଧାନୀରେ ଏଥର ହେବନି ଜିରୋ ନାଇଟ୍ ସେଲିବ୍ରେସନ୍। ମହାନଗର ଅଞ୍ଚଳରେ ଜିରୋ ନାଇଟ୍ ସେଲିବ୍ରେସନ୍ ବାରଣ ନେଇ ବିଏମ୍ସି କମିଶନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲ, କ୍ଲବ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ। ଏପରିକି ଅନ୍ୟ କୌଣସି ସ୍ଥାନରେ ଅଧିକ ଲୋକ ସମାଗମ ହେବା ମଧ୍ୟ ବାରଣ । ନିଜ ଘରେ ପରିବାର ସଦସ୍ୟଙ୍କ ସହ ନୂଆବର୍ଷ ପାଳନ କରିବାକୁ ଅନୁରୋଧ । ଗାଇଡଲାଇନ ଅନୁସାରେ ନୂଆବର୍ଷ ପାଳନ ନେଇ ୩୧ତାରିଖ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। କିଛି ଦିନ ତଳେ ବିଏମ୍ସି କମିଶନର ଏନେଇ ସୂଚନା ଦେଇଥିବା ବେଳେ ଏବେ ନିର୍ଦ୍ଦେଶନାମା ଜାରି କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0