ରାଉରକେଲା : ରାଉରକେଲା ପାନପୋଷ ବ୍ରାମଣି ବ୍ରିଜ ଦାଣ୍ଡିଆ ପଲି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା କାରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲା ଗୋଟିଏ ପରିବାର। ମିଳିଥିବା ସୂଚନା ମୁତାବକ, ସମ୍ବଲପୁରରୁ ରାଉରକେଲା ସେକ୍ଟର ୨୦ ଅଭିମୁଖେ ଯାଉଥିବା ଟାଟା ଇଣ୍ଡିକୋ କାରରେ ନିଆଁ ଲାଗିଥିଲା। କାରରେ ବସିଥିବା ପରିବାରର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ନିଜ ସଂପର୍କୀୟଙ୍କ ଘରକୁ ଯିବା ବେଳେ ଏଭଳି ଅଘଟଣ ଘଟିଥିଲା।
ପ୍ରଥମେ କାର ଇଞ୍ଜିନରୁ ଧୂଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଦେଖି ପାଟି କରିଥିଲେ। ଏହା ଶୁଣି କାର ଡ୍ରାଇଭର ଗାଡି ରଖି ଦେଇଥିଲେ। ମାତ୍ର କିଛି ସମୟ ମଧ୍ୟରେ କାରଟି ହୁତୁହୁତୁ ହୋଇ ଜଳିଗଲା। ଜୀବନ ବିକଳେ କାର ଭିତରୁ ୨ ଜଣ ପୁରୁଷ ୨ ଜଣ ମହିଳାଙ୍କ ସହ ୧୩ ବର୍ଷର ଝିଅ ଏବଂ ୮ ବର୍ଷର ପୁଅ କାରରୁ ବାହାରି ଯାଇଥିଲେ। ଅଗ୍ନିଶମ ବିଭାଗ ସହ ବ୍ରାମଣୀ ତରଙ୍ଗ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କାରରେ ଲାଗି ଥିବା ନିଆଁକୁ ଆୟତ୍ତ କରିଥିଲେ। ସେତେ ବେଳକୁ କାରଟି ପୋଡି ପାଉଁଶ ହୋଇଯାଇଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0