ନୂଆଦିଲ୍ଲୀ: ୧୦୦ ତମ କୃଷକ ରେଳକୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୭ ଅଗଷ୍ଟରେ କୃଷକ ରେଳର ଶୁଭାରମ୍ଭ କରିଥିଲା ଭାରତୀୟ ରେଳବାଇ। ତାପରେ କେବଳ ୫ ମାସରେ ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଛି। ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି, ଆମ ସରକାର ବିଶ୍ବାସ କରନ୍ତି କୃଷକଙ୍କ ସମୃଦ୍ଧିରେ ଦେଶର ସମୃଦ୍ଧି। ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିୟୁଷ ଗୋଏଲ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କୃଷକଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ସହ ସେ କହିଛନ୍ତି, ‘ ଆଗଷ୍ଟରେ ଦେଶର ପ୍ରଥମ ତଥା କୃଷକ ଓ କ୍ଷେତକୁ ସମର୍ପିତ ରେଳ ଆରମ୍ଭ ହୋଇଥିଲା। ଆଜି ୧୦୦ ତମ କୃଷକ ରେଳ କିଛି ସମୟ ପୂର୍ବରୁ ମହାରାଷ୍ଟ୍ର ମଙ୍ଗୋଲାରୁ ପଶ୍ଚିମବଙ୍ଗର ଶାଲିମାରକୁ ଯାତ୍ରା ଆରମ୍ଭ କରିଛି। ଏହା ଦ୍ବାରା ପଶ୍ଚିମଙ୍ଗର କୃଷକ ମହାରାଷ୍ଟ୍ରର ପୁଣେ, ନାଗପୁର ଭଳି ବଡ଼ ବଡ଼ ବଜାର ସହ ସମ୍ପର୍କରେ ରହିପାରିବ।’



Visitors Today : 2
Total Visitors : 130168
Total Views : 9891613
Visitors Online Now : 0