ଟାଙ୍ଗୀ : ଚାନ୍ଦପୁର ଥାନା ଓସକେଇଖୋଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନିକଟସ୍ଥ ଗ୍ରାମର ସୁଦର୍ଶନ ସାହୁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଔରଙ୍ଗାବାଦରୁ ଗୋଟିଏ ପରିବାର କାର୍ ଯୋଗେ ପୁରୀ ବୁଲିବାକୁ ଯାଉଥିବା ବେଳେ ଓସକେଇଖୋଲ ଛକ ନିକଟରେ ଏକ ବାଇକ୍ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0