ରାଜ୍ୟସରକାର ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବାର ଲକ୍ଷରେ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ କାର୍ଡ ଯୋଜନା ବଣ୍ଟନ କରୁଛନ୍ତି, ମାତ୍ର ବାସ୍ତବ କ୍ଷେତ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରାମାଞ୍ଚଳରେ ଅପହଞ୍ଚ। ଯାହାର ଅବହେଳିତ ଓ କରୁଣ ନଗ୍ନଚିତ୍ର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବସ୍ତା ଥାନା ଦେଉଳିପଡ଼ା ଗ୍ରାମର ଅଜୟ ଦଳେଇ ଙ୍କ ଏକ ବର୍ଷ ପୁତ୍ର ବୁଦ୍ଧିଆ ଦଳେଇ ଉପରେ ଗରମ ପେଜ ପଡିଯାଇଥିଲା। ତୁରନ୍ତ ପରିବାର ଲୋକେ ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥଲେ। ମାତ୍ର ଶିଶୁ ବେଶେଷଜ୍ଞ ଡାକ୍ତର ନଥିବାରୁ ଆବଶ୍ୟକ ଚିକତ୍ସା ମିଳିପାରି ନିଥିଲା। କୁନି ପିଲାଟି ଚିକତ୍ସା ନପାଇ କଷ୍ଟ ଜ୍ୱାଳାରେ ରାହା ଧରି କାନ୍ଦୁଥାଏ। ବାଲେଶ୍ୱର ରିଫର ପାଇଁ 108 ଆମ୍ବୁଲାନ୍ସ ଡାକି ଥିଲେବି, ତେବେ 45 ମିନିଟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିନିଥିଲା। ତେବେ ମେଡ଼ିକାଲ କର୍ମଚାରୀ ଚିନ୍ମୟ ରାଉଳ କୁନିପିଲାର କାନ୍ଦ ଓ କଷ୍ଟ ସହି ନପାରି ନିଜସ୍ୱ ଖର୍ଚ୍ଚରେ ,ଏକ ଘରୋଇ ଆମ୍ବୁଲାନ୍ସରେ ପଠାଇଥିଲେ। ତେବେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି 50 ଶଯ୍ୟା ବିଶିଷ୍ଟ ରେଫେରାଲ ଅଟେ। ଉକ୍ତ ମେଡ଼ିକାଲ ପାଇଁ ଦୁଇ ଦୁଇ ଜଣ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଥାଇବି ପିଲାଟି
ଚିକତ୍ସା ନପାଇବା ଓ ଆମ୍ବୁଲାନ୍ସ ବିଲମ୍ବରେ ଆସିବାକୁ ଦାୟୀ କରି ମେଡିକାଲ ସାମ୍ନାରେ ବିଖୋବ ପ୍ରଦର୍ଶନ କରିଥିଲେ। ତେବେ ଏଭଳି ଘଟଣାକୁ ସ୍ଥାନିୟ ବୁଦ୍ଧିଯିବି ମହଲରେ ନିନ୍ଦା କରିବା ସହିତ, ଏକ ଆଧୁନିକ ଆମ୍ବୁଲାନ୍ସ ଓ ସମସ୍ତ ଡାକ୍ତରୀ ପଦବୀ ପୁରଣ କରାଇ 24 ଘଣ୍ଟିଆ ଉନ୍ନତ ସେବା ଯୋଗାଇବାକୁ ଦୃଢ଼ ଦାବି କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0