ବାଟମାରଣା ହେଉଛି ରାଜ୍ୟ ସରକାରଙ୍କ ‘ବିଜୁ ପଟ୍ଟନାୟକ ମଧୁମଖୀ ଯୋଜନା’ । ନାମକୁ ମାତ୍ର ଚାଷୀଙ୍କ ପାଇଁ ମାଳମାଳ ସରକାରୀ ଯୋଜନା କରାଯାଉଛି । କିନ୍ତୁ ଖରାପ ଯାନ୍ତ୍ରିକ ଉପକରଣ ଦେଇ “ଖଦି ଏବଂ ଗ୍ରାମ ଉଦ୍ୟୋଗ ବୋର୍ଡ” ଠକି ଦେଇଥିବା ଅଭିଯୋଗ ହୋଇଛି ।
କୋଭିଡ଼ କାଳରେ ମହୁଚାଷରେ ଚାଲିଛି ମହାଦୁର୍ନୀତି । ଚାଷୀଙ୍କୁ ମିଳୁଛି ଭଙ୍ଗା ଦଦରା ଉପକରଣ । ମହୁଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ଯୋଜନା କରାଯାଇଛି । ଏଥିରେ ଖଦିବୋର୍ଡ ସହାୟତାରେ ଚାଷୀମାନଙ୍କୁ ୩ଟି ପର୍ଯ୍ୟାୟରେ ମହୁଚାଷ ପ୍ରଶିକ୍ଷଣ ଦିଆଯାଏ । ପ୍ରଥମରେ ପ୍ରଶିକ୍ଷଣ, ଦ୍ୱିତୀୟରେ ଉପକରଣ ବଣ୍ଟନ କରାଯାଏ । ଏହି ଉପକରଣଗୁଡ଼ିକ ୫୦ପ୍ରତିଶତ ସବ୍ସିଡ଼ିରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ । ତୃତୀୟରେ ଚାଷୀମାନଙ୍କ ଚାଷ ଠିକ୍ ଭାବେ ହେଉଛି ନା ନାହିଁ ତାହାର ତଦାରଖ କରାଯାଏ । ତେବେ ଯୋଜନା ଆରମ୍ଭ ହେବା ଦିନଠୁ ଚାଷୀମାନଙ୍କୁ ଖରାପ ଉପକରଣ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି ।

ଯୋଜନା ଉପରସ୍ତରରୁ ତଳସ୍ତରକୁ ଯିବା ମଧ୍ୟରେ ଫସିଯାଉଛନ୍ତି ଚାଷୀ । ଏବର୍ଷ ମଧ୍ୟ ସେପରି ଦୁର୍ନୀତି ହେଉଥିବାର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଚନ୍ଦକା ଏବଂ ନଗଡାକୁ ୧୦୦ ଟି ଲେଖାଏଁ ବାକ୍ସ ପ୍ରଦାନ କରାଯାଇଛି । କିନ୍ତୁ ଏଥିରେ ଦିଆଯାଇଥିବା ସାମଗ୍ରୀ ମଧ୍ୟରେ ଏକ୍ସ ଟ୍ରାକ୍ଟରଗୁଡ଼ିକ ଅଧିକାଂଶ କଳଙ୍କି ଲାଗିଯାଇଥିବା ବେଳେ ଚେପା ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ ଏ ସଂପର୍କରେ ଆମେ ଖଦି ଏବଂ ଗ୍ରାମ ଉଦ୍ୟୋଗ ବୋର୍ଡ ସଭାପତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0