ଭୁବନେଶ୍ୱର: କଳା ଓ ଐତିହ୍ୟ କ୍ଷେତ୍ରରେ ବିଶ୍ୱରେ ଓଡ଼ିଶାର ଏକ ଭିନ୍ନ ପରିଚୟ ଅଛି । ଏ ଭିତରେ ଏହାର ଲୋକପ୍ରିୟତା କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ଚଳିତ ବର୍ଷ ବିଶ୍ୱର ସମ୍ମାନଜନକ ଡିଜେନ୍ ପତ୍ରିକା ଦ୍ୱାରା ଦିଆଯାଉଥିବା ‘ଡିଜେନ୍ ପୁରସ୍କାର -୨୦୨୦’ ପାଇଁ ଓଡ଼ିଶା କୃଷିଭବନ କୋଠା ମନୋନୀତ ହୋଇଛି । ଆର୍କିଟେକଚର୍ ବର୍ଗ ଅନ୍ତର୍ଗତ ସିଭିକ୍ ବିଲଡିଂ ଉପବର୍ଗରେ ଏହା ସ୍ଥାନ ପାଇଛି । ୨୦୧୩ ମସିହାରେ ଦିଲ୍ଳୀର ଲୋଟସ୍ ଷ୍ଟୁଡିଓ ଏହାର ଡିଜାଇନ୍ ତିଆରି କରିଥିଲା । ଏହି କୋଠାରେ କୃଷି ଓ କୃଷକ ସଶକ୍ତୀକରଣ ଚିନ୍ତାଧାରାକୁ ବେଶ୍ ସୁନ୍ଦର ଭାବରେ ଦର୍ଶାଯାଇଛି । ୨୦୧୮ ମସିହାରେ ଏହାକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲି ଦିଆଯାଇଥିଲା । ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା ପୂର୍ବରୁ ମଧ୍ୟ ବିଶ୍ୱର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି । ଗତ ବର୍ଷ ଏହା ଫୋବର୍ସ, ଆର୍କଡେଲି , ଆର୍କିଟେକଚରାଲ ରେକର୍ଡ ଆଦିରେ ସ୍ଥାନ ପାଇଥିଲା । ଆମଷ୍ଟରଡ୍ୟାମରେ ଅନୁଷ୍ଠିତ ବିଶ୍ୱ ଆର୍କିଟେକଚର ଫେଷ୍ଟିଭାଲରେ ମଧ୍ୟ ସ୍ଥାନ ପାଇଥିଲା । କୃଷି ଓ କୃଷକ ସଶକ୍ତୀକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହି କୋଠା ଆଧୁନିକ ଓ ପାରମ୍ପରିକ ସ୍ଥାପତ୍ୟକଳାର ଏକ ସମନ୍ୱୟ ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0