spot_img

କଟକ ସହରରୁ ଆଉ ୭୩ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ସହରରୁ ସୋମବାର ଆଉ ୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୮ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୧୩ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୨ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

 

ସ୍ଥାନୀୟ ସଂକ୍ରମିତ ହେଲେ ବକ୍ସିବଜାରର ୩୧ ବର୍ଷୀୟ ଯୁବକ, ୨୮ ବର୍ଷୀୟ କରୋନା ଯୋଦ୍ଧା, କାଠଗଡା ସାହିର ୩୧ ବର୍ଷୀୟ ଯୁବତୀ ଓ ୭୫ ବର୍ଷୀୟ ବୃଦ୍ଧ, ବିକାଶ ନଗରର ୫୦ ବର୍ଷୀୟ ବ୍ୟକ୍ତି । ସୂଚନାଯୋଗ୍ୟ, ଏବେସୁଦ୍ଧା କଟକ ସହରରେ ୧୭୯୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୧୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୮୭୦ଟି ସକ୍ରିୟ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular