spot_img

ମା’ ଭଗବତୀ ହେଲ୍ପ ଫାଉଣ୍ଡେସନର ଲୋକାର୍ପଣ

ବାଣପୁର: ବାଣପୁର ଐତିହାସିକ ପଲଟନ ପଡିଆରେ ମା’ ଭଗବତୀ ହେଲ୍ପ ଫାଉଣ୍ଡେସନର ଲୋକାର୍ପଣ । ଏହି କାର୍ଯ୍ୟକ୍ରମକୁ ବାଣପୁର ଆଲବମ ହିରୋଇନ ପାଏଲ ଦର୍ଶିନୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଗରିବ, ବିକଳାଙ୍ଗ, ବୃଦ୍ଧ ମାନଙ୍କୁ ସହଯୋଗ କରିବା ଏବଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା । କାର୍ଯ୍ୟକ୍ରମରେ ଉପସ୍ଥିତ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ସହିତ ମାନପତ୍ର ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତି , ଗଣମାଧ୍ୟମ ବନ୍ଧୁ, ଓଲିଉଡ଼ର ବିଶିଷ୍ଟ କଳାକାର, ସାମ୍ବାଦିକ, ସମାଜସେବୀ ଓ ହେଲ୍ପ ଅର୍ଗାନାଇଜେସନର କର୍ମକର୍ତିା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular