ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା କିଛି ମାତ୍ରାରେ ସଫଳ ହୋଇଛି । କୃଷକମାନଙ୍କ ୪ ଟି ସର୍ତ୍ତରୁ ମାତ୍ର ୨ ଟିରେ ସହମତି ହୋଇଛି କେନ୍ଦ୍ର । ବିଜୁଳି ବିଲ ସର୍ତ୍ତ ଉପରେ କେନ୍ଦ୍ରର ସହମତି । ଏମଏସପି ରହିବା ନେଇ ଲିଖିତ ଭାବେ ଦେବାକୁ ପ୍ରସ୍ତୁତ । ଆସନ୍ତା ୪ରେ ପୁଣି ବସିବ ଉଭୟଙ୍କ ମଧ୍ୟରେ ବସିବ ବୈଠକ ।ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ନିଜ ଦାବିରୁ ଓହରୁ ନାହାନ୍ତି ଚାଷୀ । ସେହିପରି ସରକାର ମଧ୍ୟ ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନଥିଲେ । ଶେଷରେ ଆଜି ସରକାର ଦୁଇଟି ସର୍ତ୍ତରେ ରାଜି ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0