spot_img

୩୭ ଦିନରେ କୃଷକ ଆନ୍ଦୋଳନ , ଅପରାହ୍ନ ୨ ଟାରେ କୃଷକ ସଂଗଠନ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ  ଜାରି ରହିଛି । ଏହି ଆନ୍ଦୋଳନ ଆଜି ୩୭ ଦିନରେ ପହଞ୍ଚିଛି । ଆଜି ଅପରାହ୍ନ ୨ ଟାରେ ସିଂନ୍ଧୁ ସୀମାରେ ୮୦ ଟି କୃଷକ ସଂଗଠନକୁ ନେଇ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କୃଷକ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ଆଲୋଚନା ସରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲା ନାହିଁ । ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ପାଇଁ ଜାନୁଆରୀ ୪ରେ ଅଷ୍ଟମ ରାଉଣ୍ଡ ବୈଠକ ସ୍ଥିର କରାଯାଇଛି । କୃଷକମାନେ ମଧ୍ୟ ଆଶାବାଦୀ, ହୁଏତ ଏହି ସପ୍ତମ ରାଉଣ୍ଡ ବୈଠକରେ ସେମାନଙ୍କର ଦାବି ମାନି ନେଇପାରନ୍ତି । କିନ୍ତୁ ଦିଲ୍ଲୀ ସୀମାରେ ଥିବା ଚାଷୀମାନେ ଏଥିରେ ବିରକ୍ତ ନୁହଁନ୍ତି । ସେମାନଙ୍କର ଧର୍ମଘଟ ଜାରି ରହିଛି । ସେମାନେ ଏବେ ମଧ୍ୟ କୃଷି ନିୟମ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular