spot_img

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର ୦୩।୦୧: ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଓ୍ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ । ସମସ୍ତ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପୌର ପ୍ରଶାସନ ନିର୍ଦ୍ଦେଶକ । ଚିଠି ଅନୁସାରେ, ୨୦୧୧ଜନଗଣନା ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ହେବ । ୫ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ କରାଯିବ ।  ଅଣ ସଂରକ୍ଷିତ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ ୫ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଦେବାକୁ ନିର୍ଦ୍ଦେଶ ।

ସେହିପରି ଜାନୁଆରୀ ୭ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା। ମ୍ୟୁନିସିପାଲିଟି, ଏନଏସି ପାଇଁ ଆଜିଠୁ ଆରମ୍ଭ  ହେଲା ପ୍ରକ୍ରିୟା ।  ଜାନୁଆରୀ ୧୨ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୧୩ରେ ପ୍ରକାଶ ପାଇବ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular