spot_img

ମାହାଙ୍ଗା ଓ ତାଳଚେରରେ ପ୍ରତିଷ୍ଠା ହେଲା ସମାଜ ମଙ୍ଗଳ ହୁଣ୍ଡି

ପ୍ରତିଷ୍ଠା ହେଲା ସମାଜ ମଙ୍ଗଳ ହୁଣ୍ଡି । ସମାଜର ଅସହାୟ କର୍କଟ ପୀଡିତମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଏହାକୁ ପ୍ରତିଷ୍ଠା କରାଯାଇଛି । ବାପୁ ଓଝାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମାଜ ମଙ୍ଗଳ ହୁଣ୍ଡି ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରତିଷ୍ଠା ହେବାରେ ଲାଗିଛି । ଯୁବ ସଙ୍ଗୀତ ନିଦେ୍ର୍ଦଶକ ମୁନୁ ପାଗଳଙ୍କ ପ୍ରଚେଷ୍ଠାରେ ମାହାଙ୍ଗା ଓ ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏହା ସ୍ଥାପନା କରାଯାଇଛି । ଏହାକୁ ସ୍ଥାପନା କରିଛନ୍ତି ଓଡିଶା ସମାଜସେବୀ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବାପି ମହାନ୍ତି । ମାହାଙ୍ଗା ମଙ୍ଗଳପୁର ସ୍କୁଲ ପଡିଆରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁନୁ ପାଗଳ ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular