ଭୁବନେଶ୍ୱର: ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି । ସଂକଳ୍ପକୁ ଚୂଡ଼ାନ୍ତ ରୂପ ଦେବାକୁ ହେବ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯିବ। ଏହି କମିଟିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ। ସେହିପରି କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିବେ। ଏହି କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ୟ୍ୟକାରୀ କରାଯିବ ବୋଲି ଜଣାଯାଇଛି।ଓଡ଼ିଶାର ବରପୁତ୍ରମାନଙ୍କ କାର୍ୟ୍ୟ, ଜୀବନୀ ସ୍କୁଲ ପାଠ୍ୟକ୍ରମରେ ରହିବ। ପାଠ୍ୟକ୍ରମରେ ବରପୁତ୍ରଙ୍କ ଜୀବନୀ ସାମିଲ ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବରପୁତ୍ରମାନଙ୍କ କାର୍ୟ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ରଖାଯିବ। ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ। ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0