ଅନୁଗୁଳ : ଭିଜଲାନ୍ସ ଜାଲରେ ଅନୁଗୁଳ କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତ୍ତିମାମଲାରେ ବସନ୍ତଙ୍କ ସରକାରୀ କ୍ୱାର୍ଟସରେ କଟକ ଓ ଅନୁଗୁଳ ଭିଜଲାନ୍ସ ଟିମ ମିଳିତ ଚଢ଼ାଉ କରିଛି । କଟକ ଏସିପି ଶଶିଭୂଷଣଙ୍କ ନେତୃତରେ ଏହି ଚଢ଼ାଉ କରାଯାଇଛି । ବଇଣ୍ଡା ସ୍ଥିତ ସରକାରୀ ବାସଭବନରୁ ନଗଦ ପାଖାପାଖି ଏକ ଲକ୍ଷ ଟଙ୍କା, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି । ସେପଟେ କଟକ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶରେ ଜଗତସିଂହପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ନିଆଳି ଥାନା ସିଠାଳୋ ସ୍ଥିତ ପୈତୃକ ଘର, ନୂଆ ଘର ଓ ଶ୍ୱଶୁର ଘର ଉପରେ ଚଢାଉ ଜାରି ରହିଛି । ସିଠାଳୋରେ ୩ଟି ସ୍ଥାନରେ ଚଢାଉ ଚାଲିଛି । ଚଢାଉ ବେଳେ କଟକ, ପୁରୀ, ଅଡଶପୁର ଠାରେ ଥିବା ମୂଲ୍ୟବାନ ଜମି ପଟ୍ଟା, ନଗଦ ୫୦୦ ଗ୍ରାମ୍ ସୁନା ଇତ୍ୟାଦି ଜବତ ହୋଇଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0