ଶିମିଳିପାଳ ଅଞ୍ଚଳରେ ବାଘ ଚମଡ଼ା ବେପାରୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିରେ ସଂପୃକ୍ତ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶର ମଣଦା ରେଞ୍ଜ ଅଧୀନ ବିଶୋଇ ଖଜୁରିକଟାସ ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଆଜି ଏକ କଲରାପତରିଆ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ଚାଲିଥିଲା। ଏ ନେଇ ରାଇରଙ୍ଗପୁର ଡିଏଫ୍ଓ ଅରୁଣ କୁମାର ମିଶ୍ର କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏକ ବାଘ ଚମଡ଼ା, ଦୁଇଟି ବାଇକ ସହିତ ୪ଟି ମୋବାଇଲ ଜବତ କରିଥିଲା ବନ ବିଭାଗ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0