ବେଙ୍ଗାଲୁରୁ: କର୍ଣ୍ଣାଟକର କାଲବୁର୍ଗୀ ଜିଲ୍ଲା କମଳାପୁର ଅଞ୍ଚଳରୁ ଜବତ ହୋଇଛି ୧୨ ଶହ କିଲୋ ଗଞ୍ଜେଇ । ଏହି ଗଞ୍ଜେଇ ଜବତ କରିଛି ବେଙ୍ଗାଲୁର ପୁଲିସ । ତେବେ, ଏହି ଗଞ୍ଜେଇ କାରବାରରେ ସଂପୃକ୍ତ ଥବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଏନେଇ ଅଭିଯୁକ୍ତକୁ ପୁଲିସ ପଚରା ଉଚରା କରିବାରୁ ଓଡିଶା ଲିଙ୍କ୍ କଥା ସାମ୍ନାକୁ ଆସିଛି ।
ସୂଚନାଅନୁଯାୟୀ, ସେସାଦ୍ରୀପୁରମ୍ ପୁଲିସ ଷ୍ଟେସନରେ ଅଟକ ଜଣେ ଅପରାଧି ଠାରୁ ଖବର ପାଇ କାଲବୁର୍ଗୀ ଜିଲ୍ଳା କମଲାପୁର ଅଞ୍ଚଳର ରଙ୍ଗନାଥ ରେଡଡ୍ଡିଙ୍କ ଗାଁରେ ପହଁଞ୍ଚିଥିଲା ପୁଲିସ । ସେଠାରେ ଥିବା ଏକ ଘୁଷୁରୀ ଗୁହାଳ ଭିତରେ ଥିବା ଏକ ସମ୍ପ୍ରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରିଥିଲା । ଏହି କାରବାରର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ସହ ୩ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଓଡିଶାରୁ ଏସବୁ ଗଞ୍ଜେଇ ତେଲେଙ୍ଗାନାରେ ପହଁଞ୍ଚବା ପରେ ସେଠାରୁ ପରିବା ଟ୍ରକରେ କର୍ଣ୍ଣାଟକ ଯାଉଥିଲା ବୋଲି ପୁଲିସ କହିଛି । ଏଥିସହ ଓଡିଶା ଲିଙ୍କ ଥିବା ଅନ୍ୟ ଜଣେ ମାଫିଆଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ଆଜି ଏ ଘଟଣା ବିଷୟରେ ଖୁଲାସା କରିବ ବେଙ୍ଗାଲୁରୁ ପୁଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0