ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ଷ୍ଟ୍ରେନ ଭାରତରେ ଆତଙ୍କ ଦେଖାଯାଇଛି । ବ୍ରଟେନରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ସେଥିମଧ୍ୟରୁ ବେଙ୍ଗାଲୁରୁ ଲ୍ୟାବରେ ପରୀକ୍ଷା କରାଯାଇଥିବା ୩ ଜଣଙ୍କ ନମୁନା ରହିଛି । ସେହିପରି ହାଇଦ୍ରବାଦର ଲ୍ୟାବରେ ୨ଜଣ ଏବଂ ପୁଣେ ଲ୍ୟାବରେ ଜଣଙ୍କ ନମୁନାରେ ନୂଆ ଷ୍ଟ୍ରେନ ଥିବା ଚିହ୍ନଟ ହୋଇଛି । ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩ ହଜାର ଲୋକ ବି୍ରଟେନରୁ ଭାରତ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ କରାଯାଇ ନମୁନା ପରୀକ୍ଷା କରାଯାଇଥିଲା । ସୋମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିଲା । ଦେଶର ୧୦ଟି ଲ୍ୟାବରେ ବ୍ରିଟେନ ଫେରାନ୍ତାଙ୍କ ନମୁନା ପରୀକ୍ଷା କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0