ରାଉରକେଲା: ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଉତ୍ସାହିତ ହୋଇପଡିଛନ୍ତି ସୁନ୍ଦରଗଡବାସୀ। ହକିର ଏନ୍ତୁଡିଶାଳ ବୋଲାଉଥିବା ରାଉରକେଲାରେ ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିରେ ହକି ଖେଳାଳି ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି। ଏଭଳି ଐତିହାସିକ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁନ୍ଦରଗଡର ହକି ଖେଳାଳିଙ୍କ ସମେତ ହକିପ୍ରେମୀ। ଏପରିକି ଏୟାରପୋର୍ଟ ଛକରୁ ଏକ ବିରାଟ ପଟୁଆରରେ ପାରମ୍ପରିକ ବାଦ୍ୟ ସହ ସେମାନେ ନବୀନ ନିବାସରେ ପହଞ୍ଚି ଧନ୍ୟବାଦ ଜଣାଇଛନ୍ତି। ପରେ ନବୀନ ନିବାସରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0