spot_img

ଓଡ଼ିଶା ଆସିଲା କରୋନା ଭ୍ୟାକସିନ ସରଞ୍ଜାମ

ଭୁବନେଶ୍ୱର : କରୋନାର ନୂଆ ଷ୍ଟ୍ରେନକୁ ଆଶଙ୍କା ଲାଗି ରହିଥିବା ବେଳେ ଓଡ଼ିଶାକୁ ପ୍ରଥମ ଦଫାରେ ୨୧ ଲକ୍ଷ ସିରିଞ୍ଜ ସହ କୋଭିଡ-୧୯ ଟିକାର ସରଞ୍ଜାମ ଆସି ପହଞ୍ଚିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଭ୍ୟାକସିନ ରଖିବା ପାଇଁ ୨୬ଟି ଆଇଏଲଆର ଆସିଛି। ଆଗକୁ ଆହୁରି ୩୩୯ଟି ଆଇସ ରେଫ୍ରିଜରେଟର ଆସିବ। ଏବେ ରାଜ୍ୟର ୩.୨୬ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଟିକାକରଣ କରିବା ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତ ହୋଇଛି।

ଅନ୍ୟପକ୍ଷରେ ଭାରତରେ ନୂଆ କରୋନା ଷ୍ଟ୍ରେନକୁ ନେଇ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଏହି ଭାଇରସ ପୂର୍ବ ଭାଇରସ ଠାରୁ କ୍ଷିପ୍ର ଗତିରେ ସଂକ୍ରମିତ କରିବ। ଅଧିକ ଲୋକ ମଧ୍ୟ ସଂକ୍ରମଣର ଶିକାର ହେବେ। ଓଡ଼ିଶାରେ ପଜିଟିଭ ଚିହ୍ନଟ ଲୋକଙ୍କ ଜେନମ ସିକ୍ୱେନ୍ସ ଜାଣିବା ପାଇଁ ସେମାନଙ୍କ ନମୁନା ପୁଣେକୁ ପଠାଯାଇଛି।   ଏହି ନୂଆ ଭାଇରସ ସୁପର ସ୍ପେଡର ହେବ କି ନାହିଁ, ତାହା ଜଣାପଡ଼ିନି। ମାତ୍ର ଜ୍ୱର, ଝାଡ଼ା, କାଶ ଓ ଡାଇରିଆ ଏହି ନୂଆ ଭୂତାଣୁର ଲକ୍ଷଣ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular