ରାଜସ୍ଥାନ ବୁନ୍ଦିରେ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଜଣାପଡିଛି । ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ନାବାଳିକାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଦୁଷ୍କର୍ମ ଜାରି ରଖିଥିଲେ। ଗତ ଡିସେମ୍ବର ୨୩ତାରିଖରେ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ । ନାବାଳିକା ଜଣଙ୍କ ଛେଳି ଚରାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏହି ଆଦିବାସୀ ନାବାଳିକାଙ୍କୁ ତିନି ଜଣ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେହି ସମୟରେ ନାବାଳିକା ଜଣଙ୍କ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେମାନେ ତାଙ୍କ ଗଳାକାଟି ହତ୍ୟା କରିଥିଲେ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0