‘ଷ୍ଟାର୍ ପ୍ଲସ୍’ ଟିଭି ଚାନେଲ୍ ‘ବିଦ୍ରୋହୀ’ ଶୀର୍ଷକ ନୂଆ ଧାରାବାହିକ ପ୍ରସାରଣ କରିବ। ୧୮୧୭ରେ ଓଡ଼ିଶାରେ ‘ବ୍ରିଟିସ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି’ ବିରୋଧରେ ହୋଇଥିବା ବିଦ୍ରୋହକୁ ଆଧାର କରି ଆସିବ ଉକ୍ତ ଧାରାବାହିକ | ‘କଥା ପ୍ରଡକ୍ସନ୍’ର ପ୍ରଯୋଜନାରେ ନିର୍ମିତ ହେଉଥିବା ବ୍ରିଟିସ୍ ଅମଳର ଏହି କାହାଣୀ ଦର୍ଶକମାନଙ୍କୁ ଓଡ଼ିଶରେ ସ୍ବାଧୀନତା ସଂଗ୍ରାମର ଆଦ୍ୟକାଳର ଘଟଣାବଳୀକୁ ଉଜାଗର କରିବ ବୋଲି ମନେହୁଏ। ନିକଟ ଅତୀତରେ ରିଲିଜ୍ ହୋଇଥିବା ଏହି ଧାରାବାହିକର ‘ପ୍ରମୋ’ରେ ୧୮୧୭ରେ ଖୋର୍ଦ୍ଧାରେ ହୋଇଥିବା ଐତିହାସିକ ପାଇକ ବିଦ୍ରୋହ ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଶରଦ ମାଲହୋତ୍ରା। ଦୁଇଜଣ ରାଜଜେମା ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିଭଳି ବ୍ରିଟିସ୍ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି, ତାହା ଉପରେ ବିଦ୍ରୋହୀର କଥାବସ୍ତୁ ଆଧାରିତ। ଖୁବ୍ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ଓଡ଼ିଶାର ତତ୍କାଳୀନ ଇତିହାସର ଝଲକ ଦେଖିବାକୁ ମିଳିବ। ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ। ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିସ୍ ଶାସନଦ୍ବାରା ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ଏବଂ ଲୁଣ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0